ଜନ୍ କି ବାତ ଏକଜିଟ୍ ପୋଲରେ ବିଜେଡ଼ିକୁ ୭-୩ ସିଟ୍

ଓଡ଼ିଶାରେ ନିର୍ବାଚନ ଶେଷ ହେବା ପରେ ଏକଜିଟ୍ ପୋଲ୍ ଆଧାରରେ ବାଜି ପାଲଟିବାର ସମ୍ଭାବନା ରହିଛି।

ଓଡ଼ିଶାରେ ବାଜି ମାରିବ ବିଜେପି!

ନୂଆଦିଲ୍ଲୀ, ୦୧/୦୬: ଓଡ଼ିଶାରେ ନିର୍ବାଚନ ଶେଷ ହେବା ପରେ ଆରମ୍ଭ ହୋଇଛି ଏକଜିଟ୍ ପୋଲ୍। ଜନ କି ବାତ୍ ର ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ ବିଜେପିକୁ ୧୫ରୁ ୧୮ ଟି ଆସନ ମିଳିବ ଏବଂ ବିଜେଡିକୁ ୭-୩ ଟି ଆସନ ମିଳିବ। ଭୋଟରମାନଙ୍କ ମତକୁ ଆଧାର କରି ଏକଜିଟ୍ ପୋଲ୍ ପୂର୍ବାନୁମାନ କରାଯାଇଛି। ଆକ୍ସିସ୍ ମାଇଁ ଇଣ୍ଡିଆ, ଟୁଡେଜ୍ ଚାଣକ୍ୟ, ଆଇପିଏସ୍ଓଏସ୍, ସିଭୋଟର, ସିଏସଡିଏସ୍ ଭଳି ଏଜେନ୍ସି ଏକ୍ଜିଟ୍ ପୋଲ୍ କରିଛନ୍ତି।

ଚଳିତ ନିର୍ବାଚନରେ ରାଜ୍ୟରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଛି। ବିଜେଡି ୨୪ ବର୍ଷ ଧରି ଓଡ଼ିଶାରେ ସରକାର ଗଠନ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ବିଜୟ ପାଇଁ ଦୃଢ଼ ବିଶ୍ୱାସ ରଖିଛି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଏଥର ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି।

ରାଜ୍ୟର ୨୧ଟି ଲୋକସଭା ଆସନ ଓ ୧୪୭ଟି ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ମେ ୧୩ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ମେ ୨୦ରେ ପରବର୍ତ୍ତୀ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଏବଂ ଏହା ଅଧୀନରେ ୩୫ଟି ବିଧାନସଭା ଆସନରେ ମତଦାନ ହୋଇଥିଲା।

ମେ’ ୨୫ ଓ ଜୁନ୍ ପହିଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନରେ ମତଦାନ ହୋଇଥିଲା।

୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ରାଜ୍ୟର ୨୧ଟି ଆସନରୁ ୪୨.୦୮ ପ୍ରତିଶତ ଭୋଟ ପାଇ ୧୨ଟିରେ ବିଜୟୀ ହୋଇଥିଲା। ବିଜେପି ୩୮.୪% ଭୋଟ୍ ସହ ୮ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୧ଟି ଆସନରେ ବିଜୟୀ ହୋଇ ପାଖାପାଖି ୧୩.୪% ଭୋଟ୍ ପାଇଥିଲା। ୨୦୧୪ରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ୨୦ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା।