ରବିବାର ମୋଦିଙ୍କ ତୃତୀୟ ପାଳି ଆରମ୍ଭ

ଆଜି ପାର୍ଲିଆମେଣ୍ଟାରୀ ବୈଠକରେ ମୋଦିଙ୍କୁ ଏନଡିଏ ନେତା ଭାବରେ ନିର୍ବାଚିତ କରାଯାଇଛି।

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତି

ନୂଆଦିଲ୍ଲୀ, ୦୭/୦୬: ଆସନ୍ତା ରବିବାର ଆରମ୍ଭ ହେବାକୁ ଯାଉଛି ମୋଦିଙ୍କ ତୃତୀୟ ପାଳି। ଜୁନ୍ ୯ ତାରିଖ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ସମୟ ନିର୍ଘଣ୍ଟ ସ୍ଥିର ହୋଇଥିବାର ଏନଡିଏ ସଂସଦୀୟ ବୈଠକ ପୂର୍ବରୁ ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି।

ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶରୁ ଅନେକ ପ୍ରମୁଖ ନେତାମାନେ ଯୋଗ ଦେବେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ସମେତ ବିଶ୍ୱନେତାମାନେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ, ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଥିବା ସଂସଦୀୟ ବୈଠକ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସମେତ ଏନଡିଏ ସାଂସଦ ଏବଂ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରି ଏକ ସଂକଳ୍ପ ପ୍ରସ୍ତାବ ଆଗତ ହୋଇଛି, ଯାହାକୁ ସାଂସଦମାନେ ସମର୍ଥନ କରିଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଏନଡିଏ ନେତା ଭାବରେ ମନୋନୀତ କରାଯାଇଛି। ୨୦୧୯ ପରେ ପୁଣି ଥରେ ମୋଦିଙ୍କୁ ସୁଯୋଗ ଦେଇଥିବାରୁ ସେ ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।