ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି

ଲୋକସଭାର କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି।

୨୬ରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ, ୨୦/୦୬: ଲୋକସଭା ବାଚସ୍ପତି ପଦ ପାଇଁ ଦୌଡ଼ରେ ଥିବା ଓଡ଼ିଶାର ବିଜେପିର ପ୍ରମୁଖ ନେତା ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତା ସୋମବାର ଦିନ ଅର୍ଥାତ୍ ୨୪ ତାରିଖ ଦିନ ୧୮ତମ ସଂସଦ ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଏବଂ ନବନିର୍ବାଚିତ ଅନ୍ୟ ସାଂସଦମାନଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି। ଆସନ୍ତା ଜୁନ୍ ୨୬ ତାରିଖରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।