ଅପରେସନ ‘ବଜରଙ୍ଗ’ ସଫଳ

ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏଲ୍ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ

ନୂଆଦିଲ୍ଲୀ, ୨୩/୦୬: ପୁଣି ଆଉ ଦୁଇ ଜଣ ଆତଙ୍କବାଦୀ ନିହତ। ଜାମ୍ମୁ-କଶ୍ମୀରର ଉରି ସେକ୍ଟର ନିକଟସ୍ଥ ଏଲ୍ଓସିରେ ଅନୁପ୍ରବେଶ କରୁଥିବା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁନ୍ ୨୨ ତାରିଖରେ ‘ବଜରଙ୍ଗ’ ନାମରେ ଅନୁପ୍ରବେଶକାରୀଙ୍କ ବିରୋଧରେ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ଅପରେସନ ଚାଲୁଥିବା ସମୟରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳିଚାଳନା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାର ଉରି ସେକ୍ଟରରେ ଏଲ୍ଓସି ନିକଟରେ କିଛି ଆତଙ୍କବାଦୀଙ୍କ ସନ୍ଦେହଜନକ ଗତିବିଧି ଦେଖି ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲେ।