ଲୋକସଭା ସାଂସଦ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଲୋକସଭା ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି।

ଓଡ଼ିଆ ଭାଷାରେ ନେଲେ ଶପଥ

ନୂଆଦିଲ୍ଲୀ, ୨୪/୦୬: ଅଷ୍ଟାଦଶ ଲୋକସଭାରେ ଆଜିଠୁ ଦୁଇ ଦିନିଆ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି। ସାଂସଦଙ୍କୁ ଶପଥ ପାଇ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହି ଅବସରରେ ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି ଧର୍ମେନ୍ଦ୍ର।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପ୍ରଧାନ ଚଳିତ ଲୋକସଭା ନିର୍ବାଚନରେ ସମ୍ବଲପୁର ଆସନରୁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗତ ଦୁଇ ଦଶନ୍ଧି ଧରି ମନ୍ତ୍ରୀ ପଦରେ ରହି ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିଜେପି ସରକାରରେ ପ୍ରଥମେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ପରେ ଶିକ୍ଷା ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି।