ତିହାର ଜେଲରୁ ଅରବିନ୍ଦ କେଜ୍ରିୱାଲ ଗିରଫ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ।

ପଚରାଉଚରା ପରେ ଉଠାଇନେଲା ସିବିଆଇ

ନୂଆଦିଲ୍ଲୀ, ୨୫/୦୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଙ୍ଗଳବାର ତିହାର ଜେଲରୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ସୁପ୍ରିମକୋର୍ଟରେ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ଏହା ଘଟିଛି।

ସୋମବାର ତିହାର ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିବା ପରେ ସିବିଆଇ ଗିରଫ କରିଛି। ଆସନ୍ତାକାଲି ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରେ ହାଜର କରିବ।

ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନକଲି ମାମଲା ରୁଜୁ କରି ସିବିଆଇ ତାଙ୍କୁ ଗିରଫ କରିବାକୁ କେନ୍ଦ୍ର ଷଡ଼ଯନ୍ତ୍ର କରୁଛି ବୋଲି ସାଂସଦ କହିଛନ୍ତି।