ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

ଲଗାତାର ଦ୍ୱିତୀୟ ଥର ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା।

ହାରିଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶ

ନୂଆଦିଲ୍ଲୀ, ୨୬/୦୬: ବୁଧବାର ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧ୍ୱନିମତରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା। ଲଗାତାର ଦ୍ୱିତୀୟ ଥର ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଓମ ବିର୍ଲାଙ୍କ ନାମ ଘୋଷଣା କରିଛନ୍ତି। ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।

ଚଳିତ ଥର ଲୋକସଭା ନିର୍ବାଚନରେ ଶାସକ ଦଳ ପକ୍ଷରୁ ଲୋକସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ କୋଡିକୁନିଲ ସୁରେଶଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।

ଦେଶ ସ୍ୱାଧୀନତା ପରେ ଲୋକସଭା ବାଚସ୍ପତିଙ୍କ ପାଇଁ ଏହା ଥିଲା ତୃତୀୟ ନିର୍ବାଚନ। କଂଗ୍ରେସ ଗତ କଲା ଉପବାଚସ୍ପତି ପଦ ପାଇଁ ଅଡି ବସିଥିଲା। କିନ୍ତୁ ଉପବାଚସ୍ପତି ପଦ ଇଣ୍ଡିଆ ମେଣ୍ଟକୁ ଦେବା ପାଇଁ ରାଜି ନ ହେବାରୁ କଂଗ୍ରେସର ୮ ଥର ସାଂସଦ ଥିବା କେ ସୁରେଶଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ପ୍ରାର୍ଥୀ କରିଥିଲା ଇଣ୍ଡିଆ ମେଣ୍ଟ। ତେବେ ଓମ୍ ବିର୍ଲାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଧିକ ଥିଲା। ଏନଡିଏ ପ୍ରାର୍ଥୀଙ୍କ ପାଖରେ ୨୯୭ ସାଂସଦଙ୍କ ସମର୍ଥନ ଥିବା ବେଳେ ବିରୋଧୀଙ୍କ ପାଖରେ ୨୩୨ ସାଂସଦଙ୍କ ସମର୍ଥନ ଥିଲା।