ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ସହ ହିନ୍ଦୁ ଆସ୍ଥାକୁ ସମ୍ମାନ ମିଳିଛି: ଧର୍ମେନ୍ଦ୍ର ପ୍ରଧାନ

• ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ମହାପ୍ରଭୁ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ, ସନାତନ ସଂସ୍କୃତି ଓ ହିନ୍ଦୁ ଆସ୍ଥାର ସବୁଠାରୁ ବଡ଼ ପ୍ରତୀକ • ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହୋଇଛି

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର, ୧୪/୦୭: ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ, ସନାତନ ସଂସ୍କୃତି ଓ ହିନ୍ଦୁ ଆସ୍ଥାର ସବୁଠାରୁ ବଡ଼ ପ୍ରତୀକ । ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନବନିର୍ବାଚିତ ସରକାର ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା ଏବଂ ରତ୍ନଭଣ୍ଡାରରେ ରଖାଯାଇଥିବା ଅଳଙ୍କାରର ସଠିକ୍ ସୂଚନା ପାଇବା ଅନେକ ଦଶନ୍ଧି ଧରି ଜନସାଧାରଣଙ୍କ ଦାବି ରହିଥିଲା । ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ଓ ହିନ୍ଦୁ ଆସ୍ଥାକୁ ସମ୍ମାନ ଦେଇ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ଖୋଲିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।