ଏଲ୍ଓସି ନିକଟରେ ୩ ଆତଙ୍କୀ ନିହତ

ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ସୁରକ୍ଷାବାହିନୀ

ଜମ୍ମୁ-କଶ୍ମୀର, ୧୪/୦୭: ରବିବାର ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାରା ଜିଲ୍ଲାର ଏଲ୍ଓସି ନିକଟରେ ସୁରକ୍ଷାକର୍ମୀଙ୍କ ଦ୍ଵାରା ଚାଲିଥିବା ଅନୁପ୍ରବେଶ ବିରୋଧୀ ଅଭିଯାନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନାର ଚିନାର କର୍ପସ୍ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷାବାହିନୀ ଏହି ଅଞ୍ଚଳରୁ ବିଭିନ୍ନ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଯୁଦ୍ଧ ଜବତ କରିଛି। ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ପାଇଁ ସୁରକ୍ଷା ବାହିନୀ କୁପଓ୍ଵାରାର କେରାନ୍ ସେକ୍ଟରରେ ଧନୁଷ-୨ ନାମରେ ଅପରେସନ୍ ଚଳାଇଥିଲା।