ଭାରତର ନୂଆ ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବିକ୍ରମ ମିସ୍ରୀ

୧୯୮୯ ବ୍ୟାଚର ଆଇଏଫ୍ଏସ୍ ଅଧିକାରୀ ହେଉଛନ୍ତି ବିକ୍ରମ ମିସ୍ରୀ।

୨୦୧୯-୨୧ରେ ଚୀନରେ ଭାରତର ରାଷ୍ଟ୍ରଦୂତ ଥିଲେ ମିସ୍ରୀ

ନୂଆଦିଲ୍ଲୀ, ୧୫/୦୭: ଭାରତର ନୂଆ ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୯ ବ୍ୟାଚର ଆଇଏଫ୍ଏସ୍ ଅଧିକାରୀ ବିକ୍ରମ ମିସ୍ରୀ। ବିନୟ ମୋହନ କ୍ୱାତ୍ରାଙ୍କଠାରୁ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିକ୍ରମ ମିସ୍ରୀ। ଗତ ଜୁନ ୨୮ରେ ମିସ୍ରୀଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର।

ବୈଦେଶିକ ବ୍ୟାପାର କ୍ଷେତ୍ରରେ ବିନୟ କ୍ୱାତ୍ରାଙ୍କ ଅବଦାନ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, “ବୈଦେଶିକ ନୀତି ଏବଂ ଜାତୀୟ ନିରାପତ୍ତା କ୍ଷେତ୍ରରେ ବିଦାୟୀ ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ବହୁ ଅବଦାନ ରହିଛି। ବିଶେଷ କରି ଗତ ଏକ ଦଶନ୍ଧି ମଧ୍ୟରେ ସେ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକୁ ରଣନୀତି ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଛନ୍ତି।”

ଏହାବ୍ୟତୀତ ମିସ୍ରି ପୂର୍ବରୁ ୨୦୧୪ରୁ ୨୦୧୬ ଯାଏଁ ସ୍ପେନ୍, ୨୦୧୬-୨୦୧୮ ଯାଏଁ ମିଆଁମାର ଏବଂ ୨୦୧୯ରୁ ୨୦୨୧ ଯାଏଁ ଚୀନରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ସହିତ ପାକିସ୍ତାନ, ଆମେରିକା, ଜର୍ମାନୀ, ବେଲଜିୟମ ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସରେ ଦେଶର ଅନେକ ମିଶନରେ କାର୍ଯ୍ୟ କରିଛନ୍ତି।