କେଉଁ ସାମଗ୍ରୀ ହେଲା ଶସ୍ତା ଓ ମହଙ୍ଗା

ଜାଣିବା ପାଇଁ ପଢନ୍ତୁ

ନୂଆଦିଲ୍ଲୀ, ୨୩/୦୭: ଆଜି ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଚଳିତ ଆର୍ଥିକ ବର୍ଷରେ ସବୁ ବର୍ଗକୁ ଦିଆଯାଇଛି ପ୍ରାଧାନ୍ୟ। ଦର ବୃଦ୍ଧି ଓ ହ୍ରାସ ହୋଇଥିବା ସାମଗ୍ରୀର ତାଲିକା ନିମ୍ନରେ ଦିଆ ଯାଇଛି।

ଜାଣନ୍ତୁ କ’ଣ ହେଲା ଶସ୍ତା:-
•ମୋବାଇଲ ଫୋନ୍, ବ୍ୟାଟେରୀ ଓ ଚାର୍ଜର (ମୋବାଇଲ ଓ ଚାର୍ଜର ୧୫% ସୀମା ଶୁଳ୍କ ଛାଡ)
•ଲିଥିୟମ, କପର ଓ କୋବାଲ୍ଟ
•ସୁନା, ରୂପା ଉପରେ ସୀମା ଶୁଳ୍କ ୬%କୁ ହ୍ରାସ
•ପ୍ଲାଟିନମ ଉପରେ ସୀମା ଶୁଳ୍କ ୬.୪%କୁ ହ୍ରାସ
•ଚମଡା, ବୟନ ସାମଗ୍ରୀ ଓ ଜୋତା
•ମିଥାଇଲ ଓ ଡାଇଫିନାଇଲ
•ରୁଫ ଟପ ଓ ଚିଙ୍ଗୁଡ଼ି ଖାଦ୍ୟ
•୩ଟି କ୍ୟାନସର ଔଷଧରେ ସୀମା ଶୁଳ୍କ ଛାଡ
•ବିଜୁଳି ତାର
•ଏକ୍ସ-ରେ ମେସିନ୍
•ସୋଲାର ସେଲ ଓ ପ୍ୟାନେଲ ନିର୍ମାଣ ପଦାର୍ଥ ଉପରେ ସୀମା ଶୁଳ୍କ ଛାଡ
•ବାଣିଜ୍ୟ ଓ ବ୍ୟବସାୟରେ ଜିଏସଟି ହାର ହ୍ରାସ

ଜାଣନ୍ତୁ କ’ଣ ହେଲା ମହଙ୍ଗା:-
•ଆମୋନିଅମ ନାଇଟ୍ରେଟ ଉପରେ ସୀମା ଶୁଳ୍କ ୨୫%କୁ ବୃଦ୍ଧି
•ଦୂରସଞ୍ଚାର ଉପକରଣ
•ଅଣଜୈବିକ ପ୍ଲାଷ୍ଟିକ ସାମଗ୍ରୀ ଉପରେ ସୀମା ଶୁଳ୍କ ୧୦%କୁ ବୃଦ୍ଧି
•ଫ୍ଲେକ୍ସ ଓ ବ୍ୟାନର
•ମାଛ ଖାଦ୍ୟ