ଇତିହାସ ରଚିଲେ ମନୁ ଭାକର: ଜିତିଲେ ଡବଲ ବ୍ରୋଞ୍ଜ

ମନୁ-ସରବଜୋତ ଯୋଡି ହାତେଇଲେ ବ୍ରୋଞ୍ଜ ମେଡାଲ

ନୂଆଦିଲ୍ଲୀ, ୩୦/୦୭: ସୁଟିଂରେ ଭାରତକୁ ମିଳିଲା ଆଉ ଗୋଟିଏ ବ୍ରୋଞ୍ଜ ପଦକ। ପ୍ୟାରିସ୍ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ଭାରତକୁ ମିଳିଛି ବ୍ରୋଞ୍ଜ ମେଡାଲ। ସୁଟର ମନୁ ଭାକର ଏବଂ ସରବଜୋତ୍ ସିଂହ ଯୋଡି ଏହି ପଦକ ଜିତିଛନ୍ତି। କୋରିଆ ଟିମକୁ ପରାସ୍ତ କରି ବ୍ରୋଞ୍ଜ ହାତେଇଲେ ଯୋଡି।

ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ସୁଟର ମନୁ ଭାକର। ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ମନୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍। ପୂର୍ବରୁ ପ୍ୟାରିସ୍ ଅଲିମ୍ପିକ୍ସ ମହିଳା ବର୍ଗ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ ମନୁ ଭାକର।