ପ୍ୟାରିସ ଅଲିମ୍ପିକ୍ସ: ୩କୁ ଛୁଇଁଲା ଭାରତର ପଦକ ସଂଖ୍ୟା

ବ୍ରୋଞ୍ଜ ଆଣିଲେ ସୁଟର ସ୍ୱପ୍ନିଲ କୁସାଲେ

ନୂଆଦିଲ୍ଲୀ, ୦୧/୦୮: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ଚମକୁଛନ୍ତି ଭାରତୀୟ। ଅଲିମ୍ପିକ୍ସର ଷଷ୍ଠ ଦିନରେ ପୁଣି ଭାରତକୁ ମିଳିଛି ଆଉ ଏକ ପଦକ। ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ପୁରୁଷ ଶୁଟିଂ ଫାଇନାଲରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଆଣିଛନ୍ତି ସ୍ୱପ୍ନିଲ କୁସାଲେ।

ସ୍ୱପ୍ନିଲ କୁସାଲେଙ୍କ ବ୍ରୋଞ୍ଜ ପଦକ ହାସଲ ପରେ ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ମନୁ ଭାକର ସିଙ୍ଗଲ ଇଭେଣ୍ଟରେ ଗୋଟିଏ ବ୍ରୋଞ୍ଜ ଓ ମନୁ ଭାକର- ସରବଜୋତ ସିଂହ ଯୋଡି ଇଭେଣ୍ଟରେ ଆଉ ଏକ ବ୍ରୋଞ୍ଜ ପଦକ ଜିତିଥିଲେ।