ପ୍ୟାରିସ୍ ଅଲିମ୍ପିକ୍ସ: ଫାଇନାଲକୁ ଉନ୍ନୀତ ମନୁ

କ୍ୱାଲିଫାଇଂ ରାଉଣ୍ଡରେ ୨ୟ ସ୍ଥାନରେ ମନୁ

ନୂଆଦିଲ୍ଲୀ, ୦୨/୦୮: ପ୍ୟାରିସ୍ ଅଲିମ୍ପିକ୍ସର ସପ୍ତମ ଦିନରେ ଫାଇନାଲରେ ପ୍ରବେଶ କଲେ ସୁଟର ମନୁ ଭାକର। ୨୫ ମିଟର ଏୟାର ପିସ୍ତଲ କ୍ୱାଲିଫାଇଂ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ଫାଇନାଲ ମୁକାବିଲା ରହିଛି। ଏ ନେଇ ମନୁଙ୍କ ଉପରେ ରହିଛି ସାରା ଦେଶର ନଜର। ପୂର୍ବରୁ ଭଲ ପ୍ରଦର୍ଶନ କରି ୨ ଥର ବ୍ରୋଞ୍ଜ ହାତେଇବା ପରେ ଆଗକୁ ମଧ୍ୟ ଉନ୍ନତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।