ପ୍ୟାରିସ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତ

ହକିରେ ଭାରତକୁ ବ୍ରୋଞ୍ଜ

ପ୍ୟାରିସ,୮/୮: ଟୋକିଓ ଅଲିମ୍ପିକ୍ସ ପରେ ଏବେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ହକିରେ ଭାରତକୁ ମିଳିଛି ପଦକ। ସ୍ପେନକୁ ହରାଇ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତ ପୁରୁଷ ହକି ଟିମ। ଅଧିନାୟକ ହରମନପ୍ରିତ ସିଂହ ଡବଲ ଗୋଲ ଦେବାରୁ ଭାରତକୁ ମିଳିଛି ଏକ ବଡ ସଫଳତା। ପ୍ୟାରିସ ଅଲିମ୍ପିକ୍ସରେ ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିବା ପରେ ୨ଟି ଅଲିମ୍ପିକ୍ସରେ ଭାରତକୁ ୨ ପଦକ ମିଳିଛି। ୧୯୭୨ ପରେ ଅର୍ଥାତ ୫୨ ବର୍ଷ ପରେ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତକୁ ପଦକ ମିଳିଛି।