ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସପେଣ୍ଡ

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୧୮ ମାସ ପାଇଁ ସସପେଣ୍ଡ ହେବା ପରେ ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ କ୍ରୀଡ଼ାରୁ ବଞ୍ଚିତ ହେବେ।

ସସପେଣ୍ଡ କଲା ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ

ନୂଆଦିଲ୍ଲୀ,୧୩/୮: ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସପେଣ୍ଡ। ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ। ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ସସପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ୨୦୨୪ ପାରା ଅଲିମ୍ପିକ୍ସରେ ଭାଗ ନେଇ ପାରିବେନି। ଭଗତ ଟୋକିଓ ପାରାଅଲିମ୍ପିକ୍ସରେ ଏସଏଲ୩ ବର୍ଗରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସ ୨୦୨୪ ପାରା ଅଲିମ୍ପିକ୍ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।