ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ତୁଳସୀ: ଜାଣନ୍ତୁ ଏହାର ଫାଇଦା

ତୁଳସୀ ଏପରି ଏକ ଗଛ ଯେଉଁଥିରେ ଔଷଧୀୟ ଗୁଣ ଭରପୁର ରହିଛି । ହଜମ ଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ, ବହୁ ସମସ୍ୟାର ସମାଧାନ କରିଥାଏ । ତୁଳସୀରେ ଭିଟାମିନ୍- ଏ, ସି, କ୍ୟାଲସିୟମ୍, ଆଇରନ୍, କ୍ଲୋରୋଫିଲ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଠାରୁ ଆରମ୍ଭ କରି କର୍କଟ ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ତୁଳସୀ ବ୍ୟବହାର କରିବାର ବିଭିନ୍ନ ପ୍ରକାରର ଟିପ୍ସ ରହିଛି । ତୁଳସୀକୁ ଚଟଣୀ କରି ବ୍ୟବହାର କରିପାରିବେ । ଏହା ସହ ତୁଳସୀ ପତ୍ରକୁ ପାଣିରେ ପକାଇ ସିଝାଇ ପିଇ ପାରିବେ ।

– ତୁଳସୀରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରହିଥାଏ, ଯାହା ସାଧାରଣତଃ ବର୍ଷା ଋତୁରେ ଥଣ୍ଡା, କାଶ, ଜ୍ୱର ଆଦିରୁ ରକ୍ଷା କରିଥାଏ । ତୁଳସୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହାର ପତ୍ରକୁ ପ୍ରତିଦିନ ଚୋବାଇବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ ।

– ବର୍ଷା ଦିନେ ବେଳେବେଳେ ମଶା କିମ୍ବା ଅନ୍ୟାନ୍ୟ ପୋକ କାମୁଡିବା ଦ୍ବାରା ଶରୀରରେ ଘା ’ ସୃଷ୍ଟି ହୋଇଥାଏ । ଯାହା ସଂକ୍ରମଣ କିମ୍ବା ଚର୍ମ ରୋଗର କାରଣ ହୋଇପାରେ । ଏହି କ୍ଷତ ଗୁଡ଼ିକୁ ଭଲ କରିବା ପାଇଁ ତୁଳସୀ ବ୍ୟବହାର କରିବା ଉଚିତ୍ । ତେବେ ସେହି ସ୍ଥାନଗୁଡିକରେ ତୁଳସୀକୁ ବାଟି ଲଗାନ୍ତୁ । ଏହା କଲେ କ୍ଷତ ଜଳାପୋଡା ଏବଂ ଫୁଲିବାରୁ ମୁକ୍ତି ମିଳିବ

– ବହୁ ଆଗରୁ ତୁଳସୀ ପତ୍ରରେ ଆର୍ୟୁବେଦର ଗୁଣ ରହିଛି । ସଂକ୍ରମଣ ହୋଇଥିବା ସ୍ଥାନକୁ ଭଲ କରିବା ପାଇଁ ତୁଳସୀକୁ ବ୍ୟବହାର କରାଯାଏ । ତୁଳସୀରେ ଆଣ୍ଟି ଫଙ୍ଗାଲ୍, ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହାକି ବିଭିନ୍ନ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ, ତୁଳସୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଥାଏ ।

– ମହାମାରୀ କରୋନା ସମୟରେ ତୁଳସୀ ଖାଇବା ଲାଭଦୟକ ହୋଇଥାଏ । ବର୍ଷା ଋତୁରେ ଥଣ୍ଡା ହେବାଟା ସାଧାରଣ କଥା । କିନ୍ତୁ କରୋନା ହେତୁ ଏହା ଚିନ୍ତାର ବିଷୟ ପାଲଟିଛି । ତେଣୁ ତୁଳସୀ ପତ୍ରକୁ ପାଣିରେ ପକାଇ ତାହାର ବାଷ୍ପକୁ ନିଅନ୍ତୁ । ଏହା କରିବା ଫୁସଫୁସ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହା ଶ୍ୱାସକ୍ରିୟାକୁ ମଧ୍ୟ ସହଜ କରିଥାଏ

– ବର୍ଷା ଋତୁରେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦିଏ । ଏପରି ପରିସ୍ଥିତିରେ ତୁଳସୀ ବ୍ୟବହାର କରିବା ଦ୍ବାରା ଶରୀରରେ ଥିବା ରକ୍ତ କଣିକା ସଫା ହୋଇଥାଏ । ଯେଉଁଥି ପାଇଁ ତ୍ବଚା ମଧ୍ୟ ଚମକ ଓ ଉଜ୍ବଳ ହୋଇଥାଏ । ଏହା ସହିତ ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଶରୀରକୁ ପ୍ରାକୃତିକ ଭାବେ ଡିଟକ୍ସ କରିବା ପାଇଁ ତୁଳସୀ ଖାଇବା ହେଉଛି ସବୁଠାରୁ ସହଜ ଉପାୟ । ଏଥିପାଇଁ ପ୍ରତିଦିନ ସକାଳେ ୫ଟି ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଅନ୍ତୁ ।