ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅଫିସରେ ବେଶୀ ଟାଇମ ବସିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ ପିଠି ଯନ୍ତ୍ରଣା ହୋଇଥାଏ । ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାନ୍ତି । ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍‌ କିଲର୍‌ ବ୍ୟବହାର କରିଥାନ୍ତି । ମାତ୍ର ବିନା ଔଷଧରେ କେତେକ ଘରୋଇ ଉପାୟରେ ପିଠି ଯନ୍ତ୍ରଣା ସହଜରେ ଦୂର ହୋଇପାରିଥାଏ । ସେଗୁଡିକ ହେଉଛି ..

– ଯନ୍ତ୍ରଣା ହେଉଥିବା ସ୍ଥାନରେ ସୈନ୍ଧବ ଲବଣକୁ ଏକ କନାପୁଡ଼ିଆରେ ବାନ୍ଧି ଉଷୁମ କରି ସେକ ଦେଲେ କିଛି ସମୟ ମଧ୍ୟରେ ଏଥିରୁ ମୁକ୍ତି ମିଳିଥାଏ ।

– ସେହିପରି ଉଷୁମ ପାଣି ସେକ ଏବଂ ବରଫ ଲଗାଇଲେ ମଧ୍ୟ ସୁଫଳ ମିଳେ ।

– ଯନ୍ତ୍ରଣା ହେଉଥିବା ସ୍ଥାନରେ ରସୁଣ ଫୁଟା ଉଷୁମ ତେଲ ମାଲିସ କଲେ କିଛି ସମୟ ମଧ୍ୟରେ ଆରାମ ଲାଗିଥାଏ ।

– ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଏଭଳି ସମସ୍ୟା ହୋଇ ନ ଥାଏ ବୋଲି ଚିକିତ୍ସକମାନେ ପରାମର୍ଶ କହିଥାନ୍ତି ।