ଗୁରୁତର ହେଉଛି ଚାକିରୀ ସମସ୍ୟା

ନୂଆଦିଲ୍ଲୀ:  ଭାରତରେ ନିଯୁକ୍ତି ସଂକଟକୁ ନେଇ ଏକ ଚମକାଇବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ପାଖାପାଖି ୬୯ ପ୍ରତିଶତ ଚାକିରୀ ଏବେ ବିପଦରେ, ଯାହାର ମୁଖ୍ୟ କାରଣ ଅଟୋମେସନ ବୋଲି କୁହାଯାଇଛି। ‘ଫ୍ୟୁଚର ଅଫ ଜବସ୍ ଫରକାଷ୍ଟ’ ରିପୋର୍ଟ ଅନୁସାରେ ଏପରି ପରିସ୍ଥିତି ସେତେବେଳେ ସୃଷ୍ଟି ହେବାକୁ ଯାଉଛି ଯେତେବେଳେ ଭାରତ ଅପେକ୍ଷାକୃତ ଯୁବ କାର୍ଯ୍ୟବଳ ସହିତ ଆଗାମୀ ୨୦ ବର୍ଷରେ ୧୬୦ ନିୟୁତ ନୂଆ ନିଯୁକ୍ତି ଲାଗି ପ୍ରସ୍ତୁତିରେ ଅଛି।

ରିପୋର୍ଟରେ କୁହାଯାଇଛି ୨୦୪୦ ସୁଦ୍ଧା ୧.୧ ବିଲିୟନ କର୍ମଜୀବି ଜନସଂଖ୍ୟାରେ ପହଞ୍ଚିବା ଲାଗି ନିଯୁକ୍ତିକ୍ଷେତ୍ରକୁ ପ୍ରବେଶ କରିବାକୁ ଯାଉଥିବା ନୂଆ ଶ୍ରମିକଙ୍କୁ ଅଡଜଷ୍ଟ କରିବା ନିମନ୍ତେ ନିଯୁକ୍ତି ସୃଷ୍ଟି କରିବା ଏବେ ଦେଶର ମୁଖ୍ୟ ପ୍ରାଥମିକତା। ବିଶ୍ଲେଷକ ମାଇକେଲ ଓ’ଗ୍ରାଡିଙ୍କ ଅନୁସାରେ ଭାରତୀୟ କାର୍ଯ୍ୟବଳ ଯୁବାବସ୍ଥାରେ ରହିଛି। ଯେଉଁଥିରେ ହାରାହାରି ୩୮ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ। ଆଗାମୀ ୨୦ ବର୍ଷରେ ଏହି କର୍ମଜୀବି ଜନସଂଖ୍ୟା ୧୬୦ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ହେବ। ତେବେ ଭାରତର ଶ୍ରମଶକ୍ତି ଭାଗିଦାରୀ ହାର ହ୍ରାସ ହୋଇ ୪୧ ପ୍ରତିଶତକୁ କମି ଯାଇଛି।