ଏନଡିଏ ଛାଡିବା ପରେ ନୀତୀଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା

ପାଟନା: ବିହାର ରାଜ୍ୟପାଳ ଫାଗୁ ଚୌହାନକୁ ନିଜର ଇସ୍ତଫା ଦେବା ପରେ ନୀତୀଶ କୁମାର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ନୀତୀଶ କୁମାର କହିଛନ୍ତି, ସମସ୍ତ ସାଂସଦ ଏବଂ ବିଧାୟକଙ୍କ ମିଳିତ ସହମତି ପରେ ଏନଡିଏ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି ।

ବିଜେପି ସହ ମିଶି କାମ କରିବା ଅସହଜ ହୋଇଥିଲା । ସେ କହିଛନ୍ତି, ‘ଆଜି ଆମର ସମସ୍ତ ବିଧାୟକ, ସାଂସଦ ଏବଂ କର୍ମୀଙ୍କ ସହ ଆଲୋଚନା ହୋଇଛି । ଏନଡିଏ ଛାଡିବା ପାଇଁ ସମସ୍ତ ମତ ରଖିଥିଲେ। ଏଥିପାଇଁ ଆଜି ଆମେ ଏହି ନିଷ୍ପତ୍ତି ନେଇଛୁ’।

ତେବେ ବିଜେପି ସହ କଣ ଅସୁବିଧା ଥିଲା ପ୍ରଶ୍ନରେ ନୀତୀଶ କୁମାର ସିଧା କୌଣସି ଉତ୍ତର ନ ରଖି, ଆଗାମୀ ଦିନରେ କହିବୁ ବୋଲି କହିଛନ୍ତି । ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେବା ପରେ ରାବଡୀ ଦେବୀଙ୍କ ଘରେ ପହଞ୍ଚିଛନ୍ତି ନୀତୀଶ କୁମାର ।