ବ୍ରହ୍ମପୁର: ଚେକିଂ ବେଳେ ବ୍ରାଉନସୁଗାର ଜବତ

୩ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର, ୧୮/୮: ବ୍ରହ୍ମପୁର ସହର ବଡବଜାର ଥାନା ଶ୍ରୀକ୍ଷେତ୍ରବିହାରରେ ଚେକିଂ ବେଳେ ଜବତ ହୋଇଛି ବ୍ରାଉନସୁଗାର। ଏକ କାରରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକମାନେ ହେଲେ, ହଳଦିଆପଦରର ଚନ୍ଦନ ସେଠୀ, କିରଣ କୁମାର ଦଳବେହେରା ଓ ପୋଲସରାର କାଳୁଚରଣ ଭୂୟାଁ। ବ୍ରହ୍ମପୁରକୁ ଏମାନେ ବ୍ରାଉନସୁଗାର ଚାଲାଣ କରୁଥିବାର ପୋଲିସକୁ ଖବର ମିଳିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ବଡବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ପକ୍ଷରୁ ଚେକିଂ ଚାଲିଥିଲା। ଏମାନଙ୍କଠାରୁ ମୋବାଇଲ ଓ ଟଙ୍କା ଜବତ କରିଛି ପୋଲିସ। ଅଭିଯୁକ୍ତମାନେ ପୋଲସରାରୁ ବ୍ରାଉନସୁଗାର ଆଣି ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିବାର ସୂଚନା ମିଳିଛି।