ଓଡିଶାରେ ହକି ବିଜେତାଙ୍କୁ ଭବ୍ୟ ସ୍ୱାଗତ

କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାରତୀୟ ପୁରୁଷ ହକି ଟିମ୍

ଭୁବନେଶ୍ବର, ୨୧/୮: ଆଜି ଓଡିଶାରେ ଆସି ପହଞ୍ଚିଛନ୍ତି ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍। ଭାରତୀୟ ହକି ଟିମ୍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ ଯାଏଁ ଏକ ବିଶାଳ ରୋଡ୍ ସୋ କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ହକି ଟିମକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମଠାରେ ଭାରତୀୟ ପୁରୁଷ ହକି ଦଳର ଖେଳାଳୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଫଟୋସୁଟ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମର ଦମଦାର ପ୍ରଦର୍ଶନ ଯୋଗୁଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭାରତୀୟ ହକି ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।