“ଭାରତ ବନ୍ଦ ଡାକରା”କୁ ଅସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ

ସାମାଜିକ, ରାଜନୈତିକ, ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି ଓ ଜନଜାତଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର।

ଅନାବଶ୍ୟକ ଅଶାନ୍ତ ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ “ଇଣ୍ଡି ମେଂଟ”ର ଦଳମାନଙ୍କ ଚକ୍ରାନ୍ତ: ଡ.ବିଭୂ ପ୍ରସାଦ ତରାଇ

ଭୁବନେଶ୍ୱର, ୨୧/୦୮: ପ୍ରଧାନମନ୍ତ୍ରୀଙ୍କ ଉପରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଆସ୍ଥା ଓ ଭରଷା ଅଛି । ୨୦୧୪ ମସିହାରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ କିପରି ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ୱାର୍ଥ ରକ୍ଷା କରାଯିବ ସହିତ ସାମାଜିକ, ରାଜନୈତିକ, ମନ୍ତ୍ରୀମଣ୍ଡଳର ସବୁ ଜାଗାରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ ସେ ନେଇ ଚେଷ୍ଟା କରିଥିଲେ । ମୋଦିଜୀ ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ପଂଚତୀର୍ଥର ବ୍ୟବସ୍ଥା କରିଛନ୍ତି । ଅପରପକ୍ଷେ ଆମ୍ବେଦକରଙ୍କୁ ଅତୀତ ଦିନରେ ଯେଉଁ ଦଳମାନେ ସମ୍ମାନ ଦେଇନଥିଲେ ଆଜି ସେମାନଙ୍କ ଇଙ୍ଗିତରେ ଭାରତ ବନ୍ଦ କାର୍ଯ୍ୟକ୍ରମ ଚାଲୁଛି, ଯାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ସରକାରକୁ ବଦନାମ କରିବା ପାଇଁ ଭାରତବନ୍ଦ ଡାକରା ଦିଆଯାଇଛି । “ଭାରତ ବନ୍ଦ ଡାକରା”ରେ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ଯୋଡି ନହେବା ସହ ଆନ୍ଦୋଳନକୁ ସଫଳ କରିବାକୁ ଦେଇନାହାନ୍ତି । “ଭାରତ ବନ୍ଦ ଡାକରା”କୁ ଅସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ସାଂସଦ ଡ. ବିଭୂ ପ୍ରସାଦ ତରାଇ ।

ଅନୁସୂଚିତ ଜାତି ଓ ଜନଜାତିର ବର୍ଗୀକରଣ ଆଧାରରେ କ୍ରିମି ଲେୟରମାନଙ୍କୁ ସଂରକ୍ଷଣରୁ ବାଦ୍ ଦେବା ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପ୍ରଦାନ କରିବା ପରିପ୍ରେକ୍ଷୀରେ ବିଜେପିର ସମସ୍ତ ଏସ୍‌ସି ଓ ଏସ୍‌ଟି ସାଂସଦମାନେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ । କ୍ରିମୀ ଲେୟର ଆଧାରରେ ଏସସି, ଏସ୍‌ଟିଙ୍କ ମଧ୍ୟରେ ବର୍ଗୀକରଣ କରି ବିଭେଦ ସୃଷ୍ଟି ନକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଏହି ଟିପ୍ପଣୀକୁ ନେଇ ବିଚଳିତ କିମ୍ବା ଭୟଭୀତ ନହେବା ପାଇଁ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ଆଶ୍ୱସ୍ତି ପ୍ରଦାନ କରିଥିଲେ ବୋଲି ଡ.ତରାଇ କହିଛନ୍ତି ।

ଅତୀତରେ ୩ଏସ୍‌ସି/ଏସ୍‌ଟି ଆଇନ ଅନୁସାରେ ଏତଲାକୁ ନେଇ ମାନ୍ୟବର ସୁପ୍ରିକୋର୍ଟର ନିଷ୍ପତିକୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ସଂସଦରେ ରଦ୍ଦ କରାଯାଇଥିଲା । ଅନ୍ୟ ପଟେ କିଛି ନ୍ୟସ୍ତ ସ୍ୱାର୍ଥ କୁଚକ୍ରାନ୍ତକାରୀ ଗୋଷ୍ଠୀ ଏହି ଘଟଣା ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇ ଭାରତ ବନ୍ଦର ଡାକରା ଦେବା ଅତ୍ୟନ୍ତ ନିନ୍ଦନୀୟ । ଦେଶରେ ଅନାବଶ୍ୟକ ଅଶାନ୍ତ ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ “ଇଣ୍ଡି ମେଂଟ”ର ଦଳମାନଙ୍କ ଚକ୍ରାନ୍ତ ଅଟେ । ଏହି ଆନ୍ଦୋଳନରେ ଓଡ଼ିଶାର କୌଣସି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ପ୍ରଭାବିତ ହେବେ ନାହିଁ ବୋଲି ଡ.ତରାଇ କହିଛନ୍ତି ।