ଅଗ୍ନିଶମ ବାହିନୀ ହେବ ଅଗ୍ନିଶମ ଏମର୍ଜେନ୍ସି

ଭୁବନେଶ୍ୱର:ବଦଳିବ ଅଗ୍ନିଶମ ବାହିନୀ ନାଁ I ଅଗ୍ନିଶମ ନାଁ ପରିବର୍ତ୍ତେ ଅଗ୍ନିଶମ ଏମର୍ଜେନ୍ସି ବିଭାଗ ରଖାଯିବ I ରାଜ୍ୟ ସରକାର ଅଗ୍ନିଶମ ବିଭାଗ ପାଇଁ  ୪୦୦ କୋଟିର ଖର୍ଚ୍ଚ ଖର୍ଚ ପାଇଁ ଆକଳନ କରିଛନ୍ତି I

ତେବେ କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ  ୨୪୬ କୋଟି ପ୍ରଦାନ ପାଇଁ ଏକ୍ ଚିଠା ପ୍ରସ୍ତୁତ କରାଯାଇଛି I ଆଗକୁ ଅଗ୍ନିଶମ ବିଭାଗ କେବଳ ନିଆଁ ଲିଭା ନୁହେଁ ଏନଡିଆରଏଫ କରୁଥିବା କାର୍ଯ୍ୟ ଠାରୁ ଅଧିକ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I କଟକ ଭୁବନେଶ୍ଵରରେ ଲୋକଙ୍କୁ ଆପାତଃକାଳୀନ ସେବା ଯୋଗାଇଦେବାକୁ ୨୦୦ସ୍ଵତନ୍ତ୍ର ଅଗ୍ନିଶମ ବାହିନୀ ପ୍ରସ୍ତୁତ କରିବାକୁ ଉନ୍ନୟନ କମିଶନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ।