କିଟରେ’ ଓମେଗା’ ୪.୦’ କାର୍ଯ୍ୟକ୍ରମ

ସଫଳତାର କାହାଣୀ କହିଲେ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର, ୨୭/୮: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ପରିସରରେ ଯୁବପିଢ଼ିଙ୍କ ପାଇଁ ‘ଓମେଗା – ୪.୦’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଟର ଉଦ୍ୟମ ଉନ୍ନୟନ ଫେଡେରେସନ ଏବଂ ରେଡବୁଲ୍ ବେସମେଣ୍ଟ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଦୁଇଦିନ ବ୍ୟାପି ହୋଇଥିବା ଏହି କାର୍ଯ୍ୟକ୍ରମରେ ତିନିଜଣ ଯୁବ ସଫଳ ପ୍ରସିଦ୍ଧ ଉଦ୍ୟୋଗୀ ଅକାଶଦୀପ ଦାନ, ନିକେତ ରାଜ ଦ୍ଵିବେଦୀ ଏବଂ ଅତୁଲ ଖୋଲା ଉପସ୍ଥିତ ରହି ନିଜର ଉଦ୍ୟମ ଭାବରେ ସେମାନଙ୍କ ଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏପରିକି ସେମାନଙ୍କର ସଂଘର୍ଷମୟ କାହାଣୀ ଉପସ୍ଥିତ ଯୁବବର୍ଗଙ୍କୁ ନିଶ୍ଚିତ ସଫଳତାର ମାର୍ଗ ଦେଖାଇବ ବୋଲି ଆଶା କରାଯାଉଛି। ୪୦ରୁ ଅଧିକ ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସଫଳ ଜିତା ପାରିଛି। ପ୍ଲଗ୍ ଆଣ୍ଡ ଥେଲ ଉଦୋଗୀ ବା ଶିଳ୍ପ ସଂସ୍ଥା ମୁଖ୍ୟମାନଙ୍କ କାହାଣୀ ଯୁବଗୋଷ୍ଠୀଙ୍କ ସାମ୍ନାରେ ରଖିବା ଏଭଳି କାର୍ଯ୍ୟକ୍ରମର ମୂଳଲକ୍ଷ ବୋଲି ରେଡବୁଲ୍ ପକ୍ଷରୁ କୁହାଯାଇଛି।