ମଣିଷ ଦେହରେ ବାର୍ଡ ଫ୍ଲୁ!

ପୁରୀ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଘାତକ ହେଉଛି H5N1 ଭୂତାଣୁ

ପୁରୀ, ୨୮/୮: ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ। ପୁରୀ ଜିଲ୍ଲା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଣିଷ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ। ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳରେ କଡା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ।

H5N1 ସଂକ୍ରମଣର ୧ କିଲୋମିଟର ପରିମିତ ଅଞ୍ଚଳରେ ପ୍ରାଥମିକ ନିରୀକ୍ଷଣ ଜୋନ୍ ଏବଂ ୧ କିଲୋମିଟରରୁ ୧୦ କିଲୋମିଟର ସ୍ଥାନ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ତର ନିରୀକ୍ଷଣ ଜୋନ ପ୍ରତିଷ୍ଠା କରାଯାଇଛି। ଆଶାକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ତାମିଫ୍ଲୁ ଔଷଧ ଏବଂ ଏନ-୯୫ ମାସ୍କ ବଣ୍ଟନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।