ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ମନା

କଟକଣା ଲଗାଇଲେ ବାଚସ୍ପତି

ଭୁବନେଶ୍ବର, ୨୮/୮: ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ଭଳି ସାମଗ୍ରୀ ନେବା ଉପରେ ଲାଗିଲା କଟକଣା। ଗୃହକୁ ମୋବାଇଲ ଫୋନ ସହିତ ପାଣି ବୋତଲ ମଧ୍ୟ ବ୍ୟବହାର କରି ପାରିବେ ନାହିଁ ବିଧାୟକ। ବିଧାନସଭାରେ କିଛି ବିଧାୟକ ଫଟୋ ଉଠାଉଥିବା ନଜର ଆସିଛି। ସେହିପରି ଗୃହ ବାହାରେ ପିଇବା ପାଣିର ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିଧାୟକମାନେ ଗୃହ ଭିତରକୁ ସ୍ୱତନ୍ତ୍ର ପାଣି ବୋତଲ ନେଉଛନ୍ତି। ଏହାକୁ ଲକ୍ଷ୍ୟ କରି କଟକଣା ଜାରି ପାଇଁ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।