ଚାଷୀଙ୍କ ପାଇଁ ଖୁସି ଖବର

ବିଧାନସଭାରେ କୃଷିମନ୍ତ୍ରୀଙ୍କ ବଡ ଘୋଷଣା

ଭୂମିହୀନ ଚାଷୀଙ୍କୁ ମିଳିବ ୧୨,୫୦୦ ଟଙ୍କା

ଭୁବନେଶ୍ବର, ୨୮/୮: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ସିଏମ-କିଷାନ ଯୋଜନା। ଏ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କରିଛନ୍ତି ବଡ ଘୋଷଣା। ବର୍ଷକୁ ଦୁଇଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ମୋଟ ୪୦୦୦ ଟଙ୍କା ମିଳିବ। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ନୂଆ ଭାବେ ସାମିଲ ହେବା ପାଇଁ ଚାଷୀମାନେ ସିଏମ କିଷାନ ପୋର୍ଟାଲରେ ଆବେଦନ କରିପାରିବେ।

ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉଥିଲା। ପ୍ରତିବର୍ଷ ଅକ୍ଷୟ ତୃତୀୟା ଓ ନୂଆଁ ଖାଇ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଟଙ୍କା ପଠା ଯାଇଥାଏ। ତେବେ ବିଜେପି ସରକାରକୁ ଆସିବା ପରେ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ସିଏମ କିଷାନ ନାମରେ ଯୋଜନା ଆରମ୍ଭ କରିଥିଲା। ଏହା ଦ୍ୱାରା ୪୫ ଲକ୍ଷରୁ ଉର୍ଦ୍ଧ୍ଵ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୯ ଲକ୍ଷ ଭୂମିହୀନ ଚାଷୀମାନଙ୍କୁ ମଧ୍ୟ ସହାୟତା ମିଳିବ ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ।