ବିଜେପି ସରକାରକୁ ପୂରିଲା ୧୦୦ ଦିନ

ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର, ୧୯/୦୯: ଓଡ଼ିଶାରେ ବିଜେପି ସରକାର ଗଢିବାର ୧୦୦ ଦିନ ପୂରଣ ହୋଇଥିବା ବେଳେ ପୁରୀରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପୁରୀ ଶରଧାବାଲିରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସାମନାରେ ୧୦୦ ଦିନର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀମଣ୍ଡଳ, କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ବିଜେପିର ବରିଷ୍ଠ ନେତାମାନେ ଆଜି ପୁରୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମାଝୀ ଶ୍ରୀମନ୍ଦିରର ୪ଟି ଦ୍ୱାର ଖୋଲିବା, ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା, ଧାନ ଏମ୍ଏସପିରେ ବୃଦ୍ଧି କରିବା, ଭତ୍ତା ବୃଦ୍ଧି କରିବା ଓ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମହିଳାଙ୍କୁ ପ୍ରଦାନ କରିବା ଭଳି ସଫଳତା ଲୋକଙ୍କ ସାମନାକୁ ଆଣିବେ।