ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ ସୂଚନା

ଭୁବନେଶ୍ୱର, ୧୯/୦୯: ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୧୦୦ ବର୍ଷ। ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରୁଛନ୍ତି ସରକାର। ଆଜି ୧୦୦ ଦିନ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡ଼ିଶାର ସମସ୍ତ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବା ବେଳେ ଖୁବ୍ ଶୀଘ୍ର ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ମୋହନ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଦେଇଥିବା ୨୧ଟି ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ଏ ସଂକ୍ରାନ୍ତରେ ବ୍ଲୁପ୍ରିଣ୍ଟ ଉପରେ କାମ କରୁଛୁ। ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରାଯିବ ବୋଲି ମନ୍ତ୍ରୀ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି।