ବାଲେଶ୍ୱର: ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ

ଏକକାଳୀନ ୧୧ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର, ୨୦/୦୯: ଭିଜିଲାନ୍ସ ଜାଲରେ ଫସିଛନ୍ତି ପୁଣି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ମାଣ ମଣ୍ଡଳ ଯନ୍ତ୍ରୀ ଏନଭି ହରିହର ରାଓଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଶ୍ରୀ ରାଓଙ୍କ ସହ ଜଡ଼ିତ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।ଏହି ଚଢାଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

ବାଲେଶ୍ୱରର କୁକୁଡାପଦାସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ହୋଇଛି। ଫୁଲବାଣୀର ଓଲେନବ୍ୟାଚ ନଗରରେ ଥିବା ପୈତୃକ ଘର। ଭୁବନେଶ୍ୱରର ପାତ୍ରପଡାରେ ଥିବା ପ୍ଲଟ ନମ୍ବର ୨୮୪ରେ ଏକ ମହଲା କୋଠା। ବ୍ରହ୍ମପୁରର ଭବିନୀପୁରରେ ପ୍ଲଟ୍ ନମ୍ବର ୪୫୯୨ରେ ଥିବା ଦୁଇ ମହଲା କୋଠା। ବ୍ରହ୍ମପୁରର କାମପଲ୍ଲୀର ବୈଦ୍ୟନାଥପୁରସ୍ଥିତ ଆପାର୍ଟମେଣ୍ଟରେ ୩ ବିଏଚକେ ଫ୍ଲାଟ୍। ବ୍ରହ୍ମପୁରର ତୁଳସୀନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘର। ବ୍ରହ୍ମପୁର ଶାନ୍ତି ନଗରରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର। କେନ୍ଦୁଝରରେ ଥିବା ଶ୍ରୀ ରାଓଙ୍କ କାର୍ଯ୍ୟାଳୟ ଚେମ୍ବର। କେନ୍ଦୁଝରରେ ଥିବା ଆବାସିକ କ୍ୱାର୍ଟର। ଭୁବନେଶ୍ୱର ପାତ୍ରପଡ଼ାଠାରେ ପ୍ଲଟ୍ ନମ୍ବର ୨୮୪ରେ ଏକ ମହଲା କୋଠା। ଏବଂ କେନ୍ଦୁଝରର ବଳଦେବଜୀଉ କଲୋନୀରେ ଥିବା ତାଙ୍କ ସହଯୋଗୀଙ୍କ ଘର ଉପରେ ଏକକାଳୀନ ଚଢ଼ାଉ କରାଯାଇଛି।

ପୂର୍ବରୁ ସେ ବାରିପଦାର ଗ୍ରାମ୍ଯ ନିର୍ମାଣ ଡିଭିଜନର ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ଗ୍ରାମ୍ଯ ନିର୍ମାଣ ବିଭାଜନ ବାଲେଶ୍ୱର ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।