ବିଜେପି କୃଷକ ମୋର୍ଚ୍ଚା ତରଫରୁ ନୂଆଁଖାଇ ଭେଟଘାଟ

ଡବଲ ଇଞ୍ଜିନ ସରକାରର କୃଷକ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା

ଭୁବନେଶ୍ୱର, ୨୦/୦୯: ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଭେଟଘାଟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ସଭାପତିତ୍ବରେ ଭୂବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ବୁଲନ୍ ନନା ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ଯୋଗଦାନ କରି କହିଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ଶହେ ଦିନରେ ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା କରି ଐତିହାସିକ ପଦକ୍ଷେପ ନେଇଛନ୍ତି। ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ ସବଡିଭିଜନରେ ଶୀତଳଭଣ୍ଡାର କରିବା, ୬ଲକ୍ଷ ଚାଷୀଙ୍କୁ ପି.ଏମ. କିସାନରେ ସାମିଲ କରିବା ସହିତ ସହରାଞ୍ଚଳର ଚାଷୀମାନଙ୍କୁ ସାମିଲ କରିବା, ଚାଷୀ ପରିବାର ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡି ଖୋଲିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କ ଭାଷଣରେ କହିଥିଲେ। ଆଗାମୀ ଖରିଫ୍ ଧାନ କିଣା କାରବାରରେ ବ୍ୟାପକ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଯୋଉଁ ଅସାଧୁ ବ୍ୟକ୍ତିମାନେ ଧାନକିଣା କାରବାରରେ ହେରଫେର କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଭାଷଣରେ କହିଥିଲେ।

ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ତାଙ୍କର ଭାଷଣରେ କହିଲେ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର କୃଷକ କଲ୍ୟାଣକାରୀ ଯୋଜନା ସିଧାସଳଖ ଭାବରେ ଚାଷୀମାନଙ୍କ ପାଖରେ ପହଞ୍ଚିବାକୁ କୃଷକ ମୋର୍ଚ୍ଚାର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ପରିବେଶର ସୁରକ୍ଷା ପାଇଁ ମା ପାଇଁ ଗଛଟିଏ ଆହ୍ବାନକୁ ସଫଳ କରିବା ପାଇଁ ୩୦ ଲକ୍ଷ ବୃକ୍ଷ କୃଷକ ମୋର୍ଚ୍ଚା ରାଜ୍ୟରେ ରୋପଣ କରିବ ବୋଲି ଶ୍ରୀ ମହେଶ୍ଵର ସାହୁ ସାହୁ ତାଙ୍କ ଭାଷଣରେ କହିଥିଲେ। ତତସହିତ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ସାରା ରାଜ୍ୟରେ ଘରକୁ ଘର ଯାଇ ସଦସ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିମ୍ବାଧର କୁଅଁର, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ବିଜେପି ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଗୋଲକ ମହାପାତ୍ର, ବିଜେପିର ବରିଷ୍ଠ ନେତା ସର୍ଜନ ଶର୍ମା, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଲାଷ ପଣ୍ଡା, ସିନେମା ତାରକା ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ବିଜେପି ଡବଲ ଇଞ୍ଜିନ ସରକାରର କୃଷକ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ହୃଷୀକେଶ ଜେନା, ହଲପାଣି ମାଝୀ, ସୂର୍ଯ୍ୟ ନାରାୟଣ ମହାପାତ୍ର, ସଂପାଦକ ଶ୍ରୀ ଅଶୋକ କୁମାର ରଥ, ଶ୍ରୀ ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଶ୍ରୀ ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ସୁଦର୍ଶନ ବିଶ୍ବାଲ, ସନ୍ତୋଷ କୁମାର ବିଶ୍ବାଳ, ନବକୃଷ୍ଣ ଦନ୍ତା, ସନ୍ତୋଷ କୁମାର ରାଉତ, ସନ୍ତୋଷ କୁମାର ଜେନା, ବିକ୍ରମ ରାଉତ, ଜଗନ୍ନାଥ ଗଡନାୟକ, ରାମଚନ୍ଦ୍ର ପାତ୍ର, ଶ୍ରୀନିବାସ ପ୍ରଧାନ, ସୁରଥ କୁମାର ସେଠୀ, ପ୍ରଶାନ୍ତ କୁମାର ପାଲ, ଶିବ ମିଶ୍ର, ଅଜୟ କୁମାର ସ୍ୱାଇଁ, ସଂଜୀବ କୁମାର ରଣା, ପାଣ୍ଡବ ଧଲ, ଉପେନ୍ଦ୍ର ରାଉଲ, ବୈରାଗୀ ଚରଣ ବେହେରା, ଅଜୟ କୁମାର ପ୍ରଧାନ, ସୁବଲ କୁମାର ବେହେରା, ସୁଶ୍ରୀ ଅମିତା କର, ଶ୍ରୀମତୀ ପୂର୍ଣ୍ଣିମା ଦାଶ, ଶ୍ରୀମତୀ ବନ୍ଦନା ଦାସ କାନୁନଗୋ, ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା ପ୍ରମୁଖଙ୍କ ସମେତ ଚାରି ଶହରୁ ଉର୍ଦ୍ଧ୍ବ ଚାଷୀ ନେତା ଯୋଗ ଦେଇଥିଲେ।