ନିର୍ବାଚନ ବେଳେ ଜାମ୍ମୁ-କଶ୍ମୀରରେ ବଡ ଅଘଟଣ: ଘାଟିକୁ ଖସିଲା ବସ୍

୪ ବିଏସ୍ଏଫ୍ ଯବାନ ସହିଦ, ୨୮ ଆହତ

ନୂଆଦିଲ୍ଲୀ, ୨୦/୦୯: ଜାମ୍ମୁ-କଶ୍ମୀରରେ ନିର୍ବାଚନ ଚାଲୁଥିବା ସମୟରେ ବଡ଼ଗାମରେ ଶୁକ୍ରବାର ଏକ ବସ୍ ଗଭୀର ଘାଟିକୁ ଖସି ପଡ଼ିବାରୁ ୪ ଜଣ ବିଏସଏଫ ଯବାନ ସହିଦ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭଡ଼ା ବସରେ ୩୬ ଜଣ ବିଏସଏଫ ଯବାନ ନିର୍ବାଚନ ଡ୍ୟୁଟି ପାଇଁ ଯାଉଥିଲେ। ଏହା ବଡଗାମ ଜିଲ୍ଲାର ୱାତରହାଲର ବ୍ରେଲ ନିକଟରେ ଏକ ଖାଲକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।