ମଧ୍ୟରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ରତନ ଟାଟା

ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ଦେଲେ ଅପଡେଟ୍

ମୁମ୍ବାଇ, ୦୭/୧୦: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରକ୍ତଚାପ ହ୍ରାସ କାରଣରୁ ସୋମବାର ସକାଳେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେ ସୁସ୍ଥ ଅଛନ୍ତି ବୋଲି ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ରତନ ଟାଟା। ମିଳିଥିବା ସୂଚନା ଅନୁଯାୟୀ, ୮୬ ବର୍ଷୀୟ ଶିଳ୍ପପତି ରତନ ଟାଟାଙ୍କୁ ମଧ୍ୟ ରାତ୍ରି ପ୍ରାୟ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୟସାଧିକ୍ୟ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ଥିବା କହିବା ସହ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି ଏବଂ ଚିନ୍ତାର କୌଣସି କାରଣ ନାହିଁ ବୋଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଶ୍ରୀ ଟାଟା କହିଛନ୍ତି।