ଶେଷ ନିଶ୍ୱାସ ତ୍ୟାଗ କଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା

ବିଭିନ୍ନ ମହଲରେ ଶୋକ ପ୍ରକାଶ

ଭୁବନେଶ୍ବର, ୧୯/୧୦: କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି।

ଉତ୍କଳ କେଶରୀ ପରିଡ଼ା ୨୦୦୪ ନିର୍ବାଚନରେ ଓଡ଼ିଶା ଗଣ ପରିଷଦ (ଓଜିପି) ଟିକେଟରେ କେନ୍ଦ୍ରାପଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେପିର ବେଦ ପ୍ରକାଶ ଅଗ୍ରୱାଲଙ୍କୁ ବିପୁଳ ଭୋଟରେ ପରାସ୍ତ କରିଥିଲେ। କଲେଜରେ ପଢୁଥିବା ସମୟରେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ସାଲିପୁର କଲେଜ ଛାତ୍ର ସଂସଦ ୧୯୮୦-୮୧ର ସଭାପତି ଥିଲେ।