ଦିଲ୍ଲୀରୁ ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରୁ ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା ମଙ୍କିପକ୍ସ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ଦିଲ୍ଲୀରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି।

ତେବେ ଦିଲ୍ଲୀର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ଚାରିଜଣ ଚିକିତ୍ସିତ ହେଉଥିବାବେଳେ ଜଣେ ଡିସଚାର୍ଜ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍କିପକ୍ସର ସଂକ୍ରମଣରୁ ବଞ୍ଚିବା ପାଇଁ କ’ଣ କରିବା ଦରକାର ଏବଂ କ’ଣ କରିବା ଦରକାର ନୁହେଁ ସେ ନେଇ ଏକ ତାଲିକା ପ୍ରକାଶ କରିଛନ୍ତି।