ମିଛ ଜାତିଗତ ପ୍ରମାଣପତ୍ର ମାମଲାରେ ପୂର୍ବତନ ଏନ୍‌ସିବି ମୁଖ୍ୟ ସମୀର ୱାଙ୍ଖଡେଙ୍କୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ଏନ୍‌ସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ କ୍ଲିନ ଚିଟ୍। ଜାତିଗତ ପ୍ରମାଣ ପତ୍ରରେ ଫର୍ଜୁରୀ କରି ଚାକିରି ଆବେଦନ କରିଥିବା ଅଭିଯୋଗରେ କ୍ଲିନ ଚିଟ୍ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମୀର ୱାଙ୍ଖଡ଼େ। ତାଙ୍କ ପରିବାରକୁ ଟାର୍ଗେଟ୍ କରାଯାଇଥିବାରୁ ସେ ଅତ୍ୟନ୍ତ ମର୍ମାହତ ବୋଲି ସମୀର କହିଛନ୍ତି।

ସେ କହିଛନ୍ତି ଯେ ସେ ତାଙ୍କୁ ପୂରା ଜୀବନ ଲୋକଙ୍କ ସେବାରେ ଲଗାଇଦେଲେ। କିନ୍ତୁ ଦୁଃଖ ଏତିକି ଯେ ତାଙ୍କ ମୃତ ମାଆ ଓ ପରିବାର ଲୋକଙ୍କୁ ବି ଛଡ଼ାଗଲାନି। ପରିବାର ହତବାକ ଥିଲା ଓ ମୋ ମନୋବଳ ଭାଙ୍ଗିଯାଇଥିଲା ବୋଲି ସମୀର ୱାଙ୍ଖଡ଼େ କହିଛନ୍ତି।

ସୂଚନା ଥାଉକି ସମୀର ୱାଙ୍ଖଡ଼େ ମୁମ୍ବାଇର ଏନ୍‌ସିବି ମୁଖ୍ୟ ଥିବା ବେଳେ ବଲିଉଡ୍ର ଡ୍ରଗ୍ସ କାରବାର ନେଇ ଚଢ଼ାଉ ଜାରି ରଖିଥିଲେ। କ୍ରୁସ୍ ଡ୍ରଗ୍ସ ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟାନ ଖାନ୍‌ଙ୍କୁ ଗିରଫ କରାଯାଇଥିଲା। ଏହାପରଠାରୁ ସମୀରଙ୍କ ବିରୋଧରେ ଜାତିଗତ ପ୍ରମାଣ ଭୁଲ୍ ଦେଇଥିବା ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ସରକାର। ଏହାପରେ ତାଙ୍କୁ ପଦରୁ ହଟାଇବା ସହ ତାଙ୍କ ହାତରୁ ବିଭାଗ କାଢ଼ି ନିଆଯାଇଥିଲା ଓ ତାଙ୍କୁ ଦିଲ୍ଲୀ ଟ୍ରାନ୍ସଫର କରାଯାଇଥିଲା।