୨୦୨୨ ଓଏଏସ୍ ରେଜଲ୍ଟ ପ୍ରକାଶିତ

ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି।

ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

କଟକ, ୧୯/୧୦: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଶନିବାର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ ଟେନରେ ୫ ମହିଳା ଓ ୫ ପୁରୁଷ ସ୍ଥାନ ପାଇଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରିଙ୍କିଲ ପରବିନ ପରିଡ଼ା ୨ୟ ସ୍ଥାନ ଅଧିକାର କରିଛନ୍ତି। ଦୀପ୍ତି ରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଜ୍ଞା ପାରଙ୍ଗମା ଚତୁର୍ଥ ଓ ଆଜାଦ କୁମାର ସାହୁ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।