ମଦ ବେପାରୀଠୁ ଟଙ୍କା ନେବା ପଡ଼ିଲା ମହଙ୍ଗା

ଲାଞ୍ଚ ନେବା ବେଳେ ପୋଲିସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ।

ଭିଜିଲାନ୍ସ ହାବୁଡରେ ଖଣ୍ଡପଡା ଥାନା ସବ ଇନ୍ସପେକ୍ଟର

ନୟାଗଡ଼, ୨୧/୧୦: ଭିଜିଲାନ୍ସ ହାବୁଡରେ ଧରା ପଡିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନାର ସବ୍ ଇନ୍ସପେକ୍ଟର ଶେଖ୍ ହବିବୁଲ୍ ରେହମାନ୍। ଜଣେ ମଦ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତ ରେହମାନଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। କୌଣସି କେସ ରଫାଦଫା କରିବା ପାଇଁ ବାରମ୍ବାର ଲାଞ୍ଚ ମାଗୁଥିଲେ ଏସ୍ଆଇ। ଏହା ପୂର୍ବରୁ ସେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସହ ଅଧିକ ଟଙ୍କା ପାଇଁ ଅଭିଯୋଗକାରୀଙ୍କୁ ବାରମ୍ବାର ହଇରାଣ କରୁଥିଲେ।

ଏ ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।