ସମ୍ଭାବ୍ୟ ବାତ୍ୟା ଅପଡେଟ୍

ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ଖବର

ଭୁବନେଶ୍ବର, ୨୧/୧୦: ଅକ୍ଟୋବର ୨୩ ତାରିଖରେ ସୃଷ୍ଟି ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବା ବେଳେ ଲୋକମାନଙ୍କୁ ତ୍ୱରିତ ସ୍ଥାନାନ୍ତରଣ, ବିଦ୍ୟୁତ ଓ ପାନୀୟଜଳ ଯୋଗାଣ ଏବଂ ନିରବଚ୍ଛିନ୍ନ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ସମ୍ଭାବ୍ୟ ବାତ୍ୟା ସଂକ୍ରାନ୍ତୀୟ ଜରୁରୀ ଅପଡେଟ୍:

• ଏନ୍ଆରଟିଏସ୍ ଓ ପ୍ରାଥମିକ ଛାତ୍ରବୃତ୍ତି ପରୀକ୍ଷା ବାତିଲ। ଆଗାମୀ ତାରିଖ ନେଇ ଘୋଷଣା କରିବ ମାଧ୍ୟମିକ ଶିକ୍ଷା ପରିଷଦ। ୨୩ ଓ ୨୫ରେ ପରୀକ୍ଷା ହେବାର ଥିଲା।

• ୨୪ ଓ ୨୫ ତାରିଖରେ ଭକ୍ତଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି। ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ।

• ବର୍ଷା ପବନକୁ ଦେଖି ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ଘୋଷଣା କରିବେ।

• ଆବଶ୍ୟକତା ଠାରୁ ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ନ କିଣିବା ପାଇଁ ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।

• ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ଚପର ସହ ଏନଡିଆରଏଫ ଯୋଗାଇ ଦେବେ।

• ଭୁବନେଶ୍ବର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି।

• ୭ ଜିଲ୍ଲା ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ ଓ ଯାଜପୁରକୁ ରେଡ ଆଲର୍ଟରେ ରଖା ଯାଇଛି।

• ପୁରୀ ବେଳାଭୂମିରେ ଲାଗିଲା ରେଡ ଫ୍ଲାଗ।