ବାତ୍ୟା ମୁକାବିଲା: ୬ ଅଫିସରଙ୍କୁ ୬ ଜିଲ୍ଲା ଦାୟିତ୍ୱ

ଦେଖନ୍ତୁ କାହାକୁ ମିଳିଲା କେଉଁଠି ଦାୟିତ୍ୱ

ଭୁବନେଶ୍ବର, ୨୨/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ପରିଚାଳନା ପାଇଁ ୬ ଜିଲ୍ଲାରେ ୬ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ୬ଟି ଜିଲ୍ଲାରେ ଜିଲ୍ଲାପାଳ ଥିଲେ ମଧ୍ୟ ମୁକାବିଲା ପାଇଁ ଅଧିକ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ- ତ୍ରିଲୋଚନ ମାଝୀ, ବାଲେଶ୍ୱର- କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୁରୀ- ବଲୱନ୍ତ ସିଂହ, ମୟୂରଭଞ୍ଜ- ବିନୀତ ଭରଦ୍ୱାଜ, ଜଗତସିଂହପୁର- ଯାମିନୀ ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସମର୍ଥ ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନର ତଦାରଖ କରିବେ।