ବାତ୍ୟା ପ୍ରଭାବ: ଢେଙ୍କାନାଳ ଗଜଲକ୍ଷ୍ମୀ ଭସାଣୀ ପାଇଁ ଚୂଡାନ୍ତ ହେଲା ନୂଆ ତାରିଖ

ଦ୍ୱନ୍ଦ ଦୂର କଲା ପ୍ରଶାସନ

ଢେଙ୍କାନାଳ, ୨୨/୧୦: ସମ୍ଭାବ୍ୟ ବାତ୍ୟା ଯୋଗୁଁ ଢେଙ୍କାନାଳ ଗଜଲକ୍ଷ୍ମୀଙ୍କ ଭସାଣୀ ଯାତ୍ରା ପାଇଁ ନୂଆ ତାରିଖ ଚୂଡାନ୍ତ ହୋଇଛି। ପୂଜା କମିଟି ଓ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେବା ପରେ ପୂଜା କମିଟି ସହ ଆଲୋଚନା କରି ନୂଆ ତାରିଖ ନିର୍ଣ୍ଣୟ କରିଛି ପ୍ରଶାସନ। ଆସନ୍ତା ୨୭ ତାରିଖରେ ମା’ ଗଜଲକ୍ଷ୍ମୀଙ୍କ ଭସାଣୀ ହେବ ବୋଲି ସୂଚନା ମିଳିଛି।