ଆସନ୍ତା ମାସରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ

ଭୁବନେଶ୍ବର, ୨୨/୧୦: ଆସନ୍ତା ୧୫ ତାରିଖରେ ଜନଜାତି ଗୌରବ ଦିବସ ଅବସରରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ରାଉରକେଲା ଅଭିମୁଖେ ଯାତ୍ରା କରିବେ। ରାଉରକେଲାରୁ ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି।

ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ କରିବେ।
୪୫୦ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଭୁବନେଶ୍ୱରସ୍ଥିତ ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନର ଶିଳାନ୍ୟାସ କରିବେ।
ଜନଜାତି ଐତିହ୍ୟ ଏବଂ ସ୍ୱାଭିମାନ ଭବନର ଶିଳାନ୍ୟାସ କରିବେ।
ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଶିଳାନ୍ୟାସ କରିବେ।
ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ସ୍ମାରକୀ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ରାଜ୍ୟ ଆଦିବାସୀ ସଂଗ୍ରହାଳୟର ନାମକରଣ କରିବେ।