‘ସେବାରେ ଖିଲାପକାରୀଙ୍କୁ ତ୍ରାହି ନାହିଁ’

ମହଙ୍ଗା ପଡିଲା ବାତ୍ୟା କାର୍ଯ୍ୟରେ ଅବହେଳା।

୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ

ଭୁବନେଶ୍ବର, ୨୬/୧୦: ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା ପାଇଁ ୪ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ୩ ଜଣ ପିଇଓଙ୍କ ସମେତ ଜଣେ ଆଇରାଇଙ୍କୁ ନିଲମ୍ବନ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳରେ କାର୍ଯ୍ୟରେ ଅବହେଳା କରିଥିଲେ। ବାତ୍ୟା ସମୟରେ ଲୋକଙ୍କୁ କଟୁ କଥା କହିଥିବା ଅଭିଯୋଗ ରହିଥିଲା। ବିପର୍ଯ୍ୟୟ ସମୟରେ ସେବାରେ ଖିଲାପ କରୁଥିବା ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିଲେ ସେମାନଙ୍କୁ ଛଡା ଯିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ।