ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ଆୟୋଜିତ ‘ଏକତା ଦୌଡ଼’
ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର, ୨୯/୧୦: ଦେଶର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ‘ଏକତା ଦୌଡ଼’ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମଠାରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ଼’ (Run for Unity) କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସାରା ଏକତା ଦୌଡ଼ର ଆୟୋଜନ କରାଯାଉଛି। ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିବା ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଗତ ରବିବାର ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତରେ ୨୯ ତାରିଖରେ ‘ଏକତା ଦୌଡ଼’ର ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ। ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦିନ ଦୀପାବଳି ପର୍ବ ପଡୁଛି। ତେଣୁ ଏଥ ଅକ୍ଟୋବର ୨୯ ତାରିଖ ଅର୍ଥାତ୍ ମଙ୍ଗଳବାର ‘ଏକତା ଦୌଡ଼’ର ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।