ଅଗଷ୍ଟ ୧୬ରେ ବିହାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ

ପାଟନା:  ବିହାର ମହାମେଣ୍ଟ ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳ ଅଗଷ୍ଟ ୧୬ରେ ଗଠିତ ହୋଇପାରେ। ବରିଷ୍ଠ ଜେଡିୟୁ ନେତା ବିଜୟ ଚୌଧୁରୀ ରବିବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଲାଗି ରାଜ୍ୟପାଳଙ୍କଠାରୁ ନିଆଯାଇଥିବା ସମୟ ଅନୁସାରେ ଚୌଧୁରୀ ଏହା କହିଛନ୍ତି।

ମହାମେଣ୍ଟରେ ସାମିଲ ଦଳଙ୍କ ମଧ୍ୟରେ ମନ୍ତ୍ରୀଙ୍କ ସଂଖ୍ୟା ନେଇ ସର୍ବସମ୍ମତ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ନୂଆ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଲାଗି ତିଥି ଚୂଡାନ୍ତ ହୋଇଛି। ସୂଚନା ଅନୁସାରେ ଆରଜେଡି କୋଟାରୁ ୧୭ରୁ ୧୮ ଜଣ ବିଧାୟକ ମନ୍ତ୍ରୀ ହେବେ।

ସେହିପରି ମନ୍ତ୍ରୀମଣ୍ଡଳରେ କଂଗ୍ରେସରୁ ୩ ଜଣଙ୍କୁ ସ୍ଥାନ ମିଳିବ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବାଦେ ମନ୍ତ୍ରୀମଣ୍ଡଳରେ  ୩୬ ମନ୍ତ୍ରୀ ରହିପାରିବେ। ସେହି ଅନୁସାରେ ବଳକା ପଦବୀରେ ଜେଡିୟୁ ଓ ମେଣ୍ଟର ଅନ୍ୟ ଦଳଙ୍କ ମଧ୍ୟରେ ସହମତି ହେବ।