ନୂଆଦିଲ୍ଲୀ, ୦୧/୧୧: ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଶୁକ୍ରବାର ଲଦାଖର ଲେହଠାରେ ଦେଶର ପ୍ରଥମ ଆନାଲଗ ମହାକାଶ ଅଭିଯାନ ଆରମ୍ଭ କରିଛି ଇସ୍ରୋ। ହ୍ୟୁମାନ ସ୍ପେସଫ୍ଲାଇଟ୍ ସେଣ୍ଟର, ଇସ୍ରୋ, ଆକା ସ୍ପେସ୍ ଷ୍ଟୁଡିଓ, ଲଦାଖ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ଦିଲ୍ଲୀର ମିଳିତ ସହଯୋଗରେ ଏହି ମହାକାଶ ଅଭିଯାନ ହୋଇଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ପୃଥିବୀ ବାହାରେ ଜୀବନର ବିକଳ୍ପ ଖୋଜିବା। ଯାହା ଫଳରେ ଭବିଷ୍ୟତରେ ମହାକାଶ ଯାତ୍ରୀମାନେ ମହାକାଶରେ ବିଭିନ୍ନ ଚ୍ୟାଲେଞ୍ଜର ସାମନା କରି ପାରିବେ।
ଆନାଲଗ ମିଶନ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରର ନିକଟ ସ୍ଥାୟୀ ଏବଂ ଭବିଷ୍ୟତ ଅନୁସନ୍ଧାନ ପାଇଁ ଚେଷ୍ଟା କରିବ। ମହାକାଶ ଯାତ୍ରା ଗବେଷଣା ପାଇଁ ସମସ୍ୟା ସମାଧାନରେ ଆନାଲଗ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ନାସା କହିଛି। ଲଦାଖର ଅତ୍ୟଧିକ ଜଳବାୟୁ ଏବଂ ଭୌଗୋଳିକ କ୍ଷେତ୍ରକୁ ବିଚାରକୁ ନେଇ ମଙ୍ଗଳ ଓ ଚନ୍ଦ୍ରରେ ଭବିଷ୍ୟତରେ ମାନବ ଅଭିଯାନକୁ ପ୍ରସ୍ତୁତ କରିବାରେ ସାହାଯ୍ଯ କରିବ। ଏହା ଭାରତର ପ୍ରଥମ ମାନବ ମହାକାଶ ଉଡାଣ ଓ ଗ୍ରହ ମଧ୍ୟରେ ନିଜର କ୍ଷମତାକୁ ବଢାଇବାରେ ଲକ୍ଷ୍ୟ ରଖିଛି।
ଏ ନେଇ ଇସ୍ରୋ ଏକ୍ସରେ ଫଟୋ ସେୟାର କରି କହିଛି, “ଲେହରେ ଭାରତର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ ହେଲା। ହ୍ୟୁମାନ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର, ଇସ୍ରୋ, ଆକେ ସ୍ପେସ୍ ଷ୍ଟୁଡିଓ, ଲଦାଖ ବିଶ୍ୱବିଦ୍ୟାଳୟ, ଆଇଆଇଟି ବମ୍ବେର ମିଳିତ ପ୍ରୟାସ ଏବଂ ଲଦାଖ ସ୍ୱୟଂଶାସିତ ପାହାଡ଼ ବିକାଶ ପରିଷଦର ମିଳିତ ଉଦ୍ୟମରେ ଏହି ଅଭିଯାନ ପୃଥିବୀ ବାହାରେ ଏକ ବେସ୍ ଷ୍ଟେସନର ଆହ୍ୱାନର ମୁକାବିଲା କରିବା ପାଇଁ ପୃଥିବୀ ବାହାରେ ଜୀବନର ବିକଳ୍ପ ଖୋଜିବ ବୋଲି ଇସ୍ରୋ ଏକ୍ସରେ ଲେଖିଛି।