ନେପାଳକୁ ଅବାଧ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ଆମେରିକୀୟ ଦମ୍ପତି

ବିହାରରୁ ଗିରଫ କଲେ ଏସଏସବି ଯବାନ

ନୂଆଦିଲ୍ଲୀ, ୧୧/୧୧: ନେପାଳ ଭିତରେ ଅବାଧ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିହାରର ମଧୁବନୀ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଆମେରିକୀୟ ନାଗରିକଙ୍କୁ ଗିରଫ କରାଯାଇଛି। ବୈଧ ଯାତ୍ରା କାଗଜପତ୍ର ବିନା ସେମାନେ ନେପାଳ ଯିବାକୁ ଚେଷ୍ଟା କରୁଥିବା ବେଳେ ଏସଏସବି ଯବାନମାନେ ସେମାନଙ୍କୁ ଧରିଥିଲେ। ଗିରଫ ହୋଇଥିବା ଆମେରିକୀୟ ନାଗରିକମାନେ କାଲିଫର୍ଣ୍ଣିଆର ବାସିନ୍ଦା ବୋଲି ସୂଚନା ମିଳିଛି। ଭାରତ-ନେପାଳ ସୀମା ନିକଟସ୍ଥ ଜୟନଗର ଅଞ୍ଚଳରେ ରହୁଥିବା ବେଳେ ସେମାନଙ୍କୁ ଲଜିଷ୍ଟିକ୍ ସହାୟତା ଯୋଗାଉଥିବା ଦୁଇ ଜଣ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଆମେରିକୀୟ ନାଗରିକମାନେ ହେଉଛନ୍ତି ଉଭୟ ଦମ୍ପତି। ମହିଳାଙ୍କ ଘର ନେପାଳର ହୋଇଥିବା ବେଳେ ଜଣେ ଆମେରିକୀୟଙ୍କୁ ବିବାହ କରିବା ପରେ ଆମେରିକାର ନାଗରିକତା ହାସଲ କରିଥିଲେ। ଉଭୟଙ୍କୁ ପୁଲିସ, ଏସଏସବିର ଅଧିକାରୀମାନେ ମିଳିତ ଭାବେ ପଚରାଉଚରା କରାଯାଉଛି।