ଭୁବନେଶ୍ୱର: ହିରାକୁଦ ଗେଟ ବନ୍ଦ କରିବାକୁ ନେଇ ଛତିଶଗଡ ସହ ଆମର କିଛି ସଂପର୍କ ନଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ୍ତ କୁମାର ଜେନା । ଛତିଶଗଡରେ ପ୍ରବଳ ବର୍ଷା ହୋଇଛି ସତ ହେଲେ ଆମର ବି ଏଠି ଆହୁରି ପ୍ରବଳ ବର୍ଷା ହୋଇଛି । ଆମେ ହୀରାକୁଦ ଡ୍ୟାମର କେବଳ ଗୋଟିଏ ପୋଜିସନ ଦେଖିଲେ ହେବନି । ତା ତଳେ ମହାନଦୀ ବେସିନରେ ତେଲ ନଦୀ ଅବବାହିକା ଅଞ୍ଚଳ ରହିଛି । ତେଲ ନଦୀ ଆମକୁ ପ୍ରତି ସେକେଣ୍ଡରେ ସାଢେ ୫ ଲକ୍ଷ କ୍ୟୁସେକ୍ ପାଣି ଦେବ । ତାକୁ ମଧ୍ୟ ଆମେ ହିସାବକୁ ନେବୁ ବୋଲି କହିଛନ୍ତି ଏସ୍ଆର୍ସି ।
ଏହା ବାହାରେ ବି କନ୍ଧମାଳ ଜିଲ୍ଲା ଓ ନୟାଗଡ ଜିଲ୍ଲାର ବର୍ଷାକୁ ବି ଆମେ ହିସାବକୁ ନେଉଛୁ । ସେ ସବୁକୁ ନେଇ ଆମ ଜଳ ବିଭାଗୀୟ ଯନ୍ତ୍ରୀମାନେ ହିସାବ କରି ନିଷ୍ପତ୍ତି ନେଉଛନ୍ତି । ଏଠି ଓଡିଶା ଓ ଛତିଶଗଡ ଭିତରେ କିଛି ସଂପର୍କ କଥା ନାହିଁ । ସ୍ଥାନୀୟ ଅଞ୍ଚଳ ସ୍ଥିତି ଦେଖି ବୌଷୟିକ ଭାବେ ନିଷ୍ପତି ହେଉଛି । ଏହା ପ୍ରଶାସନିକ ନିଷ୍ପତ୍ତି ନୁହେଁ ବୋଲି ।