ଧିରେଧିରେ ସୁସ୍ଥ ହେଉଛନ୍ତି ସଲମାନ ରସଦି

ନୂଆଦିଲ୍ଲୀ :  ୭୫ ବର୍ଷୀୟ ପ୍ରସିଦ୍ଧ ଲେଖକ ସଲମାନ୍ ରସଦି ଧିରେଧିରେ ସୁସ୍ଥ ହେଉଛନ୍ତି । ସେ ଏବେ ଭେଣ୍ଟିଲେଟରରୁ ବାହାରକୁ ଆସିଛନ୍ତି । ଶୁକ୍ରବାର ତାଙ୍କ ଉପରେ ଏକ କାର୍ଯ୍ୟକ୍ରମରେ ଆକ୍ରମଣ ହୋଇଥିଲା । ଆତତାୟୀ ତାଙ୍କୁ ଛୁରା ମାଡ କରି ଗୁରୁତର କରିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଯକୃତ ଓ ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଥିଲା ।

ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ଏଜେଣ୍ଟ୍ ଆଣ୍ଡ୍ର୍ୟୁ ଓ୍ୱାଏଲି କହିଛନ୍ତି ଯେ, ରସଦିଙ୍କ ଭେଣ୍ଟିଲଟରରୁ ବାହାର କରାଯାଇଛି । ଏବେ ସେ କଥା ହୋଇପାରିବେ । ଅନ୍ୟପକ୍ଷରେ ନ୍ୟୁୟର୍କ ପୋଲିସ କହିଛି ଯେ, ଆକ୍ରମଣ କରିଥିବା ୨୪ ବର୍ଷୀୟ ଯୁବକକୁ ରିମାଣ୍ଡରେ ଅଣାଯାଇଥିଲା । ତେବେ ସେ କୋର୍ଟରେ ନିଜ ଦୋଷ ମାନିନଥିଲା ।